‘ମାତାଙ୍କ ପ୍ରେମ ଓ ଶାନ୍ତି ଦିବସ’ ଏବଂ
ମିଳିତ ଜାତିସଂଘ ‘ଆନ୍ତର୍ଜାତୀୟ ସହନଶୀଳତା ଦିବସ’  ଉପଲକ୍ଷେ ଅଭିଯାନ

“ଶାନ୍ତିର ଆରମ୍ଭ ମାତାଙ୍କ ପ୍ରେମର ଶବ୍ଦ”
ସମର୍ଥନ ସ୍ୱାକ୍ଷର

ଏପରି ଯୁଗରେ ଯେଉଁଠାରେ ସ୍ୱାର୍ଥପରତା ଗଭୀର ହୁଏ, ସମ୍ମାନ ଓ ଅନ୍ତର୍ଭୂକ୍ତି କମିଯାଏ,
ଏବଂ ଦ୍ୱନ୍ଦ୍ୱ ଓ ହିଂସା ସବୁଆଡେ ଥାଏ,
ମାନବିକତା ପୂର୍ବ ଅପେକ୍ଷା ଶାନ୍ତି ଲୋଡିଥାଏ ।

ଜନ୍ମ ସମୟରେ ମାତାର ଆଲିଙ୍ଗନରେ ପ୍ରଥମ ଥର ପାଇଁ ଅନୁଭବ କରାଯାଉଥିବା ଆରାମ ଓ ଶାନ୍ତି ହେଉଛି ‘ଶାନ୍ତି’ ର ମୂଳ ଉତ୍ସ
ଯାହାକି ସମସ୍ତ ମାନବିକତା ମଧ୍ୟରେ ପ୍ରତିଧ୍ୱନିତ କରି ରାଷ୍ଟ୍ର, ସଂସ୍କୃତି ଓ ଜାତି ବାହାରେ ।
ବଳିଦାନ, ସେବା, ଯତ୍ନ, ସମ୍ମାନ, ସହନଶୀଳତା ଓ ଅନ୍ତର୍ଭୂକ୍ତିରେ ପରିପୂର୍ଣ୍ଣ ମାତାଙ୍କ ପ୍ରେମ,
ହେଉଛି ଏକ ଶକ୍ତିଶାଳୀ ଶକ୍ତି ଯାହା ମାନବିକତାକୁ ସଂଯୋଗ କରେ ଓ ଏକତ୍ର କରିବାର କାର୍ଯ୍ୟ କରେ ।

ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ ୨୦୨୪ ମସିହାରେ ଏହାର ୬୦ ତମ ବାର୍ଷିକୀ ପାଳନ କରିଅଛି
ଏବଂ ୧ ନଭେମ୍ବରକୁ ‘ମାତାଙ୍କ ପ୍ରେମ ଓ ଶାନ୍ତି ଦିବସ’ ଭାବରେ ଘୋଷଣା କରିଅଛି ।
ପ୍ରତିବର୍ଷ, ଚର୍ଚ୍ଚ ଯୋଗାଯୋଗ ଓ ସୁସଙ୍ଗତକୁ ପ୍ରୋତ୍ସାହିତ କରି, ଦୈନିକ ଜୀବନରେ ମାତାଙ୍କ ପ୍ରେମ ଅଭ୍ୟାସ କରିବା ପାଇଁ ଏକ ବିଶ୍ୱସ୍ତରୀୟ ଅଭିଯାନ ଆରମ୍ଭ କରିଥାଏ ।
ଏହି ଅଭିଯାନ ମିଳିତ ଜାତିସଂଘର‘ଆନ୍ତର୍ଜାତୀୟ ସହନଶୀଳତା ଦିବସ(୧୬ ନଭେମ୍ବର)’ ସହିତ ସମାନ ଉଦ୍ଦେଶ୍ୟ ରଖିଥାଏ ।

ଏହି ବର୍ଷର ବିଷୟ ହେଉଛି “ଶାନ୍ତିର ଆରମ୍ଭ ମାତାଙ୍କ ପ୍ରେମର ଶବ୍ଦ” ।
ଆମ୍ଭେମାନେ ଘର, ବିଦ୍ୟାଳୟ, କର୍ମକ୍ଷେତ୍ର, ପଡ଼ୋଶୀ ଓ ସମାଜରେ ଏକ ଉଷ୍ମ ପରିପୂର୍ଣ୍ଣ ଭାଷା ସଂସ୍କୃତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ, ଯାହା ଏକ ଶାନ୍ତିପୂର୍ଣ୍ଣ ଜଗତର ନିର୍ମାଣରେ ଯୋଗଦାନ କରିଥାଏ ।

ଦୟାକରି ଆମକୁ ଆପଣଙ୍କର ଉଦାର ସମର୍ଥନ ଦିଅନ୍ତୁ ଯାହା ଦ୍ୱାରା ଏକତ୍ର ଛୋଟ ପ୍ରୟାସ ଜଗତକୁ ପରିବର୍ତ୍ତନ କରିପାରିବ ।

ସମର୍ଥନ ସ୍ୱାକ୍ଷର

ମୁଁ ‘ମାତାଙ୍କ ପ୍ରେମ ଓ ଶାନ୍ତି ଦିବସ’ ଏବଂ ‘ମିଳିତ ଜାତିସଂଘର ଆନ୍ତର୍ଜାତୀୟ ସହନଶୀଳତା ଦିବସ’(ଶାନ୍ତିର ଆରମ୍ଭ ମାତାଙ୍କ ପ୍ରେମର ଶବ୍ଦ) ଉପଲକ୍ଷେ ଅଭିଯାନର ଉଦ୍ଦେଶ୍ୟ ସହିତ ସହମତ ଓ କାର୍ଯ୍ୟକଳାପକୁ ସମର୍ଥନ କରେ ।

* ଏହା ବାହ୍ୟ ସହଯୋଗ ଓ ପ୍ରଚାର ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯିବ ଓ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ନାହିଁ କିମ୍ବା ପ୍ରକାଶ କରାଯିବ ନାହିଁ ।